Odisha Link
Bridging the Missing Links in Odisha

କରୋନା: କଟକ ସହରରୁ ଆଉ ୭୩ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି କଟକ ଜିଲ୍ଲାରୁ ମୋଟ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିମଧ୍ୟରୁ କେବଳ ୭୩ ଜଣ କଟକ ମୁନିସିପାଲିଟି ଏରିଆରୁ ଚିହ୍ନଟ ହୋଇଛନ୍ତି। ଫଳରେ କଟକରେ ମୋଟ ୧୭୯୪ରେ ପହଁଞ୍ଚିଛି ମୋଟ ପଜିଟିଭ ସଂଖ୍ୟା। ଏନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମାଲଗୋଦାମ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନରୁ ୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୨୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧,୭୯୪ ପଜିଟିଭରୁ ୧୦ ମୃତ, ୯୧୪ ସୁସ୍ଥ ଓ ୮୭୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.