Odisha Link
Bridging the Missing Links in Odisha

ବିଧାନସଭାରେ ବଦଳିଲା ସଚିନ୍ ପାଇଲଟଙ୍କ ଆସନ, କହିଲେ ..

ରାଜସ୍ଥାନ: ଏକ ମାସ ଧରି ରାଜସ୍ଥାନ ରାଜନୀତିରେ ଲାଗି ରହିଥିଲା ରାଜନୈତିକ ସଙ୍କଟ। ଏହି ସଙ୍କଟର ଜବନିକା ପଡ଼ିବା ପରେ ଆଜି ବିଧାନସଭାରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ଅଧିବେଶନ। ବର୍ଷା କାରଣରୁ ଅଧିବେଶନ ଆରମ୍ଭ ହେବାରେ ଟିକେ ବିଳମ୍ବ ହୋଇଥିଲା। ହେଲେ ରାଜସ୍ଥାନର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ବିରୋଧୀଙ୍କ ପାଖ ଆସନରେ ଦେଖିବାକୁ ମିଳିଥିଲା।

ନିଜ ଆସନ ବଦଳି ହୋଇଥିବା ନେଇ ସଚିନ ପାଇଲଟ୍‌ କହିଛନ୍ତି ଯେ, ଏହି ସୀମାରେ ଯେତେ ବି ଗୁଳି ବର୍ଷଣ ହେଉ। ମୁଁ ରକ୍ଷାକବଚ ପରି ଆଗରେ ରହି ସରକାରଙ୍କୁ ବଞ୍ଚାଇବା ପାଇଁ ଛିଡ଼ା ହେବି। ମୋତେ ସୀମା ପାଖରେ ବସା ଯାଇଛି। ସୀମାକୁ ସବୁଠୁ ବଳଶାଳୀ ଯୋଦ୍ଧାକୁ ପଠା ଯାଇଥାଏ ବୋଲି ପାଇଲଟ୍‌ କହିଛନ୍ତି।

ଅଧିବେଶନରେ ବିଜେପି ଉପ-ନେତା ରାଜେନ୍ଦ୍ର ରାଠୋଡ ଭାଷଣ ଦେଉଥିବା ବେଳେ ପାଇଲଟ୍‌ ତାଙ୍କୁ ଅଟକାଇ ଏଭଳି ମନ୍ତବ୍ୟ ଦେଇଥିଲେ।

Comments are closed.