Odisha Link
Bridging the Missing Links in Odisha

ନିଶ୍ଚୟ ଗଣେଶ ପୂଜା କରିବୁ : ଜଟଣୀ ବ୍ୟବସାୟୀ ସଂଘ

ଜଟଣୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ପୂଜା ମଣ୍ଡପରେ ଗଣେଶ ପୂଜା ପାଳନ ନକରିବାକୁ ବିରୋଧ କରିଛି ଜଟଣୀ ବ୍ୟବସାୟୀ ସଂଘ। ଗଣେଶ ପୂଜା ନିଶ୍ଚିତ କରିବୁ ବୋଲି ପ୍ରେସ୍‌ମିଟ୍‌ ଜରିଆରେ ଗଣମାଧ୍ୟମକୁ‌ ସୂଚନା ଦେଇଛି ଜଟଣୀ ବ୍ୟବସାୟୀ ସଂଘ। ଏନେଇ ଜଟଣୀ ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରରାୟ କହିଛନ୍ତି ଯେ, କେସ୍‌ ପଛେ ଖାଇବୁ ନିଶ୍ଚୟ ଗଣେଶ ପୂଜା ପୂଜା କରିବୁ। ଏଥିସହ ସେ ଆହୁରି କହିଛନ୍ତି, ସମସ୍ତ କରୋନା କଟକଣା ମାନି ଆମେ ପୂଜା କରିବୁ।

ସୂଚନାଯୋଗ୍ୟ, କାଲି ଟୁଇନ ସିଟିରେ ଗଣେଶ ପୂଜା ନକରିବାକୁ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଥିଲା। କୋଭିଡ ୧୯ ଭୟାବହତାକୁ ନଜରରେ ରଖି କମିଶନରେଟ ପୋଲିସ ଏହି ପଦକ୍ଷେପ ନେଇଛନ୍ତି।

Comments are closed.