ପୋଖରୀରେ ବୁଡିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ

ଜଗତସିଂହପୁର: ପୋଖରୀରେ ବୁଡିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ଛାତ୍ର ଦୁଇ ଜଣ ହେଲେ ତୁଳଙ୍ଗ ଗାଁର ନବମ ଶ୍ରେଣୀର ଛାତ୍ର ଆୟୁଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ।
ସୂଚନା ମୁତାବକ, ଆୟୁଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ଆଜି ସକାଳେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣ ବଶତଃ ଦୁଇ ଛାତ୍ର ପୋଖରୀରେ ବୁଡିଯାଇଥିଲେ। ଏନେଇ ଖବର ପାଇ ପରିବାର ଦୁଇ ଜଣଙ୍କୁ ପୋଖରୀରୁ ଉଦ୍ଧାର କରି ଏରସମା ମେଡିକାଲ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।