Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦ୍ୱାରା ଯୁବ ସଂକଳ୍ପ ଲୋକାର୍ପିତ

କଟକ: ୭୪ତମ ସ୍ବାଧୀନତା ଦିବସ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ପତ୍ରିକା “ଯୁବ ସଂକଳ୍ପ”ର ପ୍ରଥମ ସଂସ୍କରଣକୁ ଭର୍ଚୁଆଲ ଲୋକାର୍ପଣ କରିଛନ୍ତି ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏହି ଅବସରରେ ଜୁମ୍ ଆପ ମାଧ୍ୟମରେ ଯୋଡି ହୋଇଥିବା ଶହ ଶହ ଛାତ୍ରଛାତ୍ରୀ ମାନଙ୍କୁ ଏଭଳି ପ୍ରୟାସ ପାଇଁ ସାଧୁବାଦ ଦେବା ସହ ସାରସ୍ୱତ ସାଧନା ଜରିଆରେ ସମାଜରେ ସକରାତ୍ମକ ଉର୍ଜା ସୃଷ୍ଟି କରିବା ପାଇଁ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଆହ୍ୱାନ କରିଥିଲେ।

ଏହି ଅବସରରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଆଧ୍ୟାପକ ଶ୍ରୀ ଦେବୀଲାଲ ମିଶ୍ର ଏହି ପତ୍ରିକାର ନାଁ ଅନୁସାରେ ସମାଜରେ କିଛି ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ପତ୍ରିକାର ସମ୍ପାଦକ ସାର୍ଥକ ରାଏ ଅତିଥି ପରିଚୟ କରିଥିବା ବେଳେ ପ୍ରକାଶକ ରାକେଶ ଧୂପର ଧନ୍ୟବାଦ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟ ଦାସ,ସ୍ୱାତୀ ସ୍ନିଗ୍ଧା ବିଶ୍ୱାଳ,ଶେଖ ଫୟାଜ,ଅମିତ ରାଉତରାୟ,ସୁଧାଂଶୁ କାନୁନଗୋ,ଆୟୁଶୀ କାନୁନଗୋ,ପ୍ରେରଣା ସାହୁ,ପିନାକୀ ପାର୍ଥ,ଶଶିକାନ୍ତ ଦାସ,ସ୍ଥିତପ୍ରଜ୍ଞ ସାହୁ,ରାହୁଲ ସିଂହ, ଅମିତ ବାରିକ,ଆର୍ଶୀ ଆଚାର୍ଜି ପ୍ରମୁଖ ଜୁମ ଆପ ରେ ଯୋଡି ହୋଇ ଏହି ଭର୍ଚୁଆଲ ସଭାରେ ଉପସ୍ଥିତ ଥିଲେ।

Comments are closed.