Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଆଉ ୨୫୮୯ ପିଜଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା। କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଅଧିକ ଟେଷ୍ଟିଂ କରାଯାଉଛି। ଯେଉଁଥିପାଇଁ ରାଜ୍ୟରେ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୨୫୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ରେ ପହଁଞ୍ଚିଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୧୫ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାର ବିଷୟ। ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୧୫, ବାଲେଶ୍ବର ୧୫୦, ବରଗଡ଼ରୁ ୬୭, ଭଦ୍ରକରୁ ୪୭, ବଲାଙ୍ଗିରରୁ ୧, ବୌଦ୍ଧ ୧୬, କଟକରୁ ୨୨୨, ଢେଙ୍କାନାଳରୁ ୨୫, ଗଜପତିରୁ ୩୬, ଗଞ୍ଜାମ ୨୪୨, ଜଗତସିଂହପୁର ୨୧, ଯାଜପୁର ୯୫, ଝାରସୁଗୁଡ଼ା ୧୮, କଳାହାଣ୍ଡି ୪୨, କନ୍ଧମାଳ ୩୦, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୫୩, କୋରାପୁଟ ୯୨, ମାଲକାନଗିରି ୭୩, ମୟୂରଭଞ୍ଜ ୧୧୭, ନବରଙ୍ଗପୁର ୩୬, ନୟାଗଡ଼ ୧୧, ନୂଆପଡ଼ା ୬, ପୁରୀ ୨୩୫, ରାୟଗଡ଼ା ୨୧୧, ସମ୍ବଲପୁର ୬୬, ସୋନପୁର ୨୬, ସୁନ୍ଦରଗଡ଼ ୧୫୫।

ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା ୬୭,୧୨୨ରେ ପହଁଞ୍ଚିଛି। ସେ ମଧ୍ୟରୁ ୪୫,୩୧୪ ସୁସ୍ଥ ହୋଇ ଫେରିଥିବା ବେଳେ ୨୧,୩୮୩ ଜଣ ଆକ୍ରାନ୍ତ ଏବେ କୋଭିଡ ହସ୍ପଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.