Odisha Link
Bridging the Missing Links in Odisha

ଯୁକ୍ତ ୨ ବାଣିଜ୍ୟ ଫଳାଫଳ: ଆଗରେ ନୟାଗଡ଼

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ଫଳାଫଳ। ଫଳାଫଳ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ ହାର ୭୪.୯୫% ରହିଛି। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍‌ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଚଳିତବର୍ଷ ମୋଟ ୨୫,୭୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯,୩୧୮ ଜଣ ପାସ ହୋଇଛନ୍ତି । ୧୨,୨୧୫ ଜଣ ପୁଅ ପାସ କରିଛନ୍ତି। ଝିଅ ୭,୧୦୩ ଜଣ ପାସ କରିଛନ୍ତି। ନୟାଗଡ଼ ଜିଲ୍ଲା ସର୍ବାଧିକ ୮୮, ୭୦ ପ୍ରତିଶତ ପାସ ରଖି ରାଜ୍ୟରେ ପ୍ରଥମ ହୋଇଛି। ଦେବଡ଼ ଜିଲ୍ଲା ସର୍ବନିମ୍ନ ୩୪.୧୭ ପ୍ରତିଶତ ପାସ ହାର ରହିଛି। ରାଜ୍ୟରେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୪.୬୯ ପ୍ରତିଶତ ପାସ ହାର ବଢିଛି।

Comments are closed.