ସଲମାନଙ୍କୁ ହତ୍ୟା ଯୋଜନା

ଫରିଦାବାଦ: ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର। ଜାନୁଆରୀରୁ ଏହି ଷଡ଼ଯନ୍ତ୍ର କରାଯାଇଥଲା ମାତ୍ର ଲକଡାଉନ ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା। ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ସାର୍ପସୁଟରଙ୍କୁ ଗିରଫ କରିବା ପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଜୁନରେ ହୋଇଥିବା ଏକ ହତ୍ୟା ଘଟଣାରେ ଫରିଦାବାଦ ପୁଲିସ କେତେକ ସାର୍ପସୁଟରଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେମାନେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି କହିଛନ୍ତି। ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍କର ଏହି ସାର୍ପସୁଟରଙ୍କ ସ୍ୱୀକାରୋକ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜସ୍ଥାନର ଏକ ଜେଲରେ ଥିବାବେଳେ ବିଷ୍ଣୋୟୀ ଏଭଳି ଷଡ଼ଯନ୍ତ୍ର କରିଥିଲା। ଅଭିଯୁକ୍ତ ରାହୁଲ କହିବା ଅନୁଯାୟୀ, ସେ ଜାନୁଆରୀରେ ମୁମ୍ବାଇ ଯାଇଥିଲା। ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ସେ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିଲା। ସଲମାନଙ୍କ ବାନ୍ଦ୍ରା ଘର ନିକଟରେ ସେ ପଇଁତରା ମାରିବା ସହ ସେହି ସ୍ଥାନରେ ଦୁଇଦିନ ରହିଥିଲା ବୋଲି ଡିସିପି ରାଜେଶ ଡଗଲ କହିଛନ୍ତି।