Odisha Link
Bridging the Missing Links in Odisha

ପ୍ରଣବଙ୍କୁ ଫୁସ୍‌ଫୁସ୍ ସଂକ୍ରମଣ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ‌୍ୟବସ୍ଥା ସଂଙ୍କଟାପନ୍ନ ରହିଛି। ପ୍ରଣବଙ୍କ ଫୁସ୍ଫୁସ୍‌ରେ‌ ସଂକ୍ରମଣ ହୋଇଥିବା ନେଇ ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।ବର୍ତ୍ତମାନ ମଧ୍ୟ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ଏବଂ ଏକ ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ତାଙ୍କର‌ ଚିକିତ୍ସା କରୁଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ ଗୁରୁତର ହୋଇଯାଇଥିଲେ। ମସ୍ତିଷ୍କରେ ରକ୍ତ ଜମାଟ ହେବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର କରୋନା ସ୍ୱାବ ପରୀକ୍ଷା କରାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଥିଲା।

Comments are closed.