Odisha Link
Bridging the Missing Links in Odisha

ମାଲକାନଗିରି : ବର୍ଷା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଏନଏଚ-୩୨୬ ରାସ୍ତାର କାଙ୍କରକୋଣ୍ଡା ପୋଲ ବୁଡ଼ି ଯାଇଛି। ଫଳରେ ପୁଣି ଥରେ ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣାଯାଇଛି। ବର୍ଷା ବିତ୍ପାତ ଯୋଗୁ ୫ ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଗତକାଲି ସ୍ୱାଭାବିକ ହୋଇଥିଲା। ତେବେ ପୁଣି ଅବିଶ୍ରାନ୍ତ ବର୍ଷା ଯୋଗୁ କାଙ୍କରକୋଣ୍ଡା ପୋଲ ବୁଡ଼ିଯାଇଥିବା ଜଣାଯାଇଛି ।

Comments are closed.