Odisha Link
Bridging the Missing Links in Odisha

ସମ୍ପତ୍ତି ପାଇଁ ଭାଇ ନେଲା ଭାଇର ଜୀବନ

ପୁରୀ : ଗତ ୧୫ ତାରିଖ ସକାଳେ ବାଣିଆକେରା ଗ୍ରାମର କାଳୁଚରଣ ପ୍ରଧାନ ଚାଷ ଜମିକୁ ହଳ କରିବା ପାଇଁ ଯାଉଥିଲେ । ସେହି ସମୟରେ ବଡ ଭାଇ ଗଣେଶ ପ୍ରଧାନ ଓ ତାଙ୍କର କିଛି ସହଯୋଗୀ ମିଶି କାଳୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ କାଳୁ ଗୁରୁତ ହୋଇଥିଲେ। ଗୁରୁତର ଅବସ୍ଥାରେ କାଳୁଙ୍କୁ ପରିବାର ଲୋକେ ପ୍ରଥମେ ପୁରୀ ଓ ପରେ କଟକ ବଡମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ଗତକାଲି କାଳୁଙ୍କ ମୃତ୍ୟୁ ଘଟିଥିଲା।

ଫଳରେ ମୃତ କାଳୁଙ୍କ ସ୍ତ୍ରୀ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ୨ ଦିନ ପରେ ମଧ୍ୟ ଚନ୍ଦନପୁର ଥାନା ପୋଲିସ କାହାରିକୁ ଗିରଫ କରିନଥିବାରୁ ଗତକାଲି ସନ୍ଧ୍ୟାରେ କାଳୁଙ୍କ ସ୍ତ୍ରୀଙ୍କ ସହ ଶତାଧିକ ଲୋକେ ଚନ୍ଦନପୁର ଥାନା ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅପରାଧୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।

ସେପଟେ ଏହି ଘଟଣାକୁ ନେଇ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଚନ୍ଦନପୁର ଥାନା ଆଇଆଇସି ବିକ୍ଷୋଭକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରିସ୍ଥିତି ଅଣାୟତ ହୋଇଥିଲା।

Comments are closed.