Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଆଉ ୨୮୯୮ ପିଜଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଅଣାୟତ୍ତ ହେଉଛି କରୋନା। କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଅଧିକ ଟେଷ୍ଟିଂ କରାଯାଉଛି। ଯେଉଁଥିପାଇଁ ରାଜ୍ୟରେ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଆଜି ରାଜ୍ୟର ୩୦ ଜିଲ୍ଲାରୁ ୨୮୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୨୦ରେ ପହଁଞ୍ଚିଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୬ ଜଣ ଆକ୍ରାନ୍ତ ଜଣ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୨୪୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୨୩୨, ଗଞ୍ଜାମ ଜିଲ୍ଲାରୁ ୨୨୬, ବଲାଙ୍ଗୀର ଜିଲ୍ଲାରୁ ୧୭୩, ବାଲେଶ୍ବର ଜିଲ୍ଲାରୁ ୧୪୦, କୋରାପୁଟ ଜିଲ୍ଲାରୁ ୧୩୨, ଭଦ୍ରକ ଜିଲ୍ଲାରୁ ୧୦୭, ରାୟଗଡ଼ା ଜିଲ୍ଲାରୁ ୧୦୫, ପୁରୀ ଜିଲ୍ଲାରୁ ୧୦୪, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧, ଜଗତସିଂହପୁର ଜିଲ୍ଲାରୁ ୮୪, ସମ୍ବଲପୁର ଜିଲ୍ଲାରୁ ୭୭, କଳାହାଣ୍ଡି ଜିଲ୍ଲାରୁ ୭୬, ଯାଜପୁର ଜିଲ୍ଲାରୁ ୬୯, କନ୍ଧମାଳ ଜିଲ୍ଲାରୁ ୬୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୭, ମାଲକାନଗିରି ଜିଲ୍ଲାରୁ ୫୬, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରୁ ୫୩ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୪୯, ଢେଙ୍କାନାଳ ଜିଲ୍ଲାରୁ ୪୪, ନବରଙ୍ଗପୁର ଜିଲ୍ଲାରୁ ୩୭, କେନ୍ଦୁଝର ଜିଲ୍ଲାରୁ ୩୫, ସୁବର୍ଣ୍ଣପୁର ଜିଲ୍ଲାରୁ ୨୩, ଅନୁଗୁଳ ଜିଲ୍ଲାରୁ ୧୬, ବରଗଡ଼ ଜିଲ୍ଲାରୁ ୯, ନୂଆପଡ଼ା ଜିଲ୍ଲାରୁ ୮, ଦେବଗଡ଼ ୩ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା ୭୦୦୨୦ରେ ପହଁଞ୍ଚିଛି। ସେ ମଧ୍ୟରୁ ୪୬୯୩୫ ସୁସ୍ଥ ହୋଇ ଫେରିଥିବା ବେଳେ୨୨୬୫୧ ଜଣ ଆକ୍ରାନ୍ତ ଏବେ କୋଭିଡ ହସ୍ପଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.