Odisha Link
Bridging the Missing Links in Odisha

ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ, ଦେଖନ୍ତୁ ଭିଡିଓ…

ହାଇଦ୍ରାବାଦ: ଆମ୍ବୁଲାନ୍ସ ବଦଳରେ ଡଙ୍ଗାରେ ହସ୍ପିଟାଲ୍‌ ଗଲେ କରୋନା ରୋଗୀ। ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ ଦୋଡ଼ାଭରମ୍ ଗାଁରୁ। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଡ଼ଙ୍ଗା ଦ୍ୱାରା କରୋନା ଆକ୍ରାନ୍ତଙ୍କୁ ମେଡ଼ିକାଲକୁ ନିଆଯାଇଛି। କରୋନା ସଂକ୍ରମିତଙ୍କୁ ମେଡ଼ିକାଲ ନେବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଡ଼ଙ୍ଗାର ବ୍ୟବସ୍ଥା କରିଥିଲେ। ଡ଼ଙ୍ଗା ସାହାଯ୍ୟରେ ସଂକ୍ରମିତଙ୍କୁ ମେଡ଼ିକାଲକୁ ନିଆଯାଉଥିବାର ଘଟଣା ଏବେ ବେଶ୍ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ଏବେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ବିଭିନ୍ନ ଅଞ୍ଚଳରେ ଲୋକେ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ଫଳରେ ଲୋକେ ଘରୁ ବାହାରିବା ପାଇଁ ଲୋକେ ଡ଼ଙ୍ଗା ଉପରେ ନିର୍ଭର କରୁଛନ୍ତି। କରୋନା ସଂକଟ ସମୟରେ ବନ୍ୟା ପରିସ୍ଥିତି ଲୋକଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ପାଲଟିଛି।

Comments are closed.