Odisha Link
Bridging the Missing Links in Odisha

୬ ବର୍ଷର ଝିଅକୁ ଧରି କୂଅକୁ ଡେଇଁଲେ ମା’

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କତରବଗା ଥାନା କିନାଲୋଇ ଗାଁରେ ଆଜି ନୂଆଁଖାଇ ଦିନ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୬ ବର୍ଷର ଝିଅକୁ ଧରି ମା’ କୂଅକୁ ଡେଇଁ ଆତ୍ମହତ୍ୟା କରିଛି। ମୃତକ ଟିକେଶ୍ୱରୀ ଭୋଇ ଓ ଝିଅ ଖୁସିର ଶବକୁ ଦମକଳ କର୍ମଚାରୀ ଉଦ୍ଧାର କରିଛନ୍ତି । ପୋଲିସ୍‌ ମାଆ-ଝିଅଙ୍କ ମୃତଦହେକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନ୍ୟପଟେ ମହିଳାଙ୍କ ସ୍ୱାମୀ ଜୟରାମ ଭୋଇ ଲଇଡ଼ା ଫାଣ୍ଡିରେ କରିଥିବା ଅଭିଯୋଗ ମତେ ସ୍ତ୍ରୀ ଟିକେଶ୍ୱରୀ ମାନସିକ ବିକୃତ ଥିଲେ। ତେଣୁ ୬ ବର୍ଷର ଝିଅକୁ ନେଇ ଗାଁର କୂଅକୁ ଡେଇଁ ଆତ୍ମହତ୍ୟା କରି ଥାଇପାରନ୍ତି। ପୋଲିସ୍‌ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। କରୋନା କଟକଣା ମଧ୍ୟରେ ଗାଁ ଲୋକେ ନିଜ ନିଜ ଘରେ ନୂଆଁଖାଇ ପାଳନ କରୁଥିଲେ। ଜୟରାମଙ୍କ ଘରେ ମଧ୍ୟ ପୂଜାର୍ଚ୍ଚନା କରାଯାଇ ପରିବାର ସଦସ୍ୟ ନୂଆଁ ଖାଇଥିଲେ । ନୂଆଁ ଖାଇ ସାରିବା ପରେ ଟିକେଶ୍ୱରୀ ଝିଅକୁ ଧରି ନିକଟରେ ଥିବା ଏକ କୂଅକୁ ଡେଇଁ ପଡ଼ିଥିଲେ । କେହି କିଛି ଜାଣିବା ପୂର୍ବରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା ।

Comments are closed.