ପୋଲିଓ ମୁକ୍ତ ହେଲା ଆଫ୍ରିକା, WHOର ଘୋଷଣା
ଓଏଲ୍ ବ୍ୟୁରୋ: ପୋଲିଓ ମୁକ୍ତ ଦେଶ ଭାବେ ଆଉ ଏକ ଦେଶ ସାମିଲ। ପୋଲିଓ ମୁକ୍ତ ହେଲା ଆଫ୍ରିକା ମହାଦ୍ବୀପ। ଏନେଇ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ଏହି ଘୋଷଣା ଆଫ୍ରିକୀୟ ଦେଶ ନାଇଜରିଆ ପୋଲିଓ ମୁକ୍ତ ହେବା ପରେ ହୋଇଛି।
ଆଫ୍ରିକାର ନାଇଜେରିଆରେ ଶେଷଥର ପାଇଁ ୨୦୧୬ ମସିହାରେ ପୋଲିଓ ମାମଲା ନଜର ଆସିଥିଲା। ସେବେଠାରୁ ୪ ବର୍ଷ ମଧ୍ୟରେ ଆଉ ପୋଲିଓ ମାମଲା ନଜରକୁ ଆସିନାହିଁ। ଯାହାଫଳରେ ଆଫ୍ରିକାକୁ ପୋଲିଓ ମୁକ୍ତ ଘୋଷଣା କରାଯାଇଛି।
ସାରା ବିଶ୍ବରେ ବର୍ତ୍ତମାନ ୨ଟି ଦେଶରେ ହିଁ ପୋଲିଓ ଆକ୍ରାନ୍ତ ଦେଖିବାକୁ ମିଳିଥାଆନ୍ତି । ପାକିସ୍ତାନ ଓ ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଭାବେ ପୋଲିଓ ମୁକ୍ତ ହୋଇ ନାହାନ୍ତି। ଏହାର କାରଣ ହେଉଛି ପିଲାଙ୍କୁ ପୋଲିଓ ଟୀକାକରଣ କରା ଯାଉନାହିଁ।
WHO ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ଆଫ୍ରିକାରେ ଓ୍ବାଇଲ୍ଡ ପୋଲିଓର ଅନ୍ତ ଘଟିଛି। ହେଲେ ଏହା ସମ୍ପୂର୍ଣ୍ଣ ପୋଲିଓର ଅନ୍ତ ନୁହେଁ ଏହା ଆମେ ଜାଣିଛେ। ବର୍ତ୍ତମାନ ୧୬ଟି ଦେଶ ଭ୍ୟାକସିନ୍ରୁ ଉତ୍ପନ୍ନ ପୋଲିଓଭାଇରସ୍ ରୋଗର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ପାକିସ୍ତାନ ଓ ଆଫଗାନିସ୍ତାନରେ ଓ୍ବାଇଲ୍ଡ ପୋଲିଓର ବିଲୋପ ବାକି ରହିଛି ବୋଲି WHO ପକ୍ଷରୁ କୁହାଯାଇଛି।
"The end of wild #polio in Africa is a great day. But as we all know, it’s not the end of polio.
Sixteen countries still face outbreaks of vaccine-derived poliovirus, and we have a hard road ahead to eradicate wild poliovirus from Afghanistan and Pakistan."-@DrTedros #EndPolio— World Health Organization (WHO) (@WHO) August 25, 2020
୨୦୧୪ ମସିହାରେ ଭାରତ ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ଘୋଷିତ ହୋଇଥିଲା। ଭାରତରେ ପଲ୍ସ୍ ପୋଲିଓ ପୋଗ୍ରାମ୍ ୧୯୯୫ ମସିହା ଅକ୍ଟୋବର ୩୧ ତାରିଖରେ ଆରମ୍ଭ ହୋଇଥିଲା।
Comments are closed.