Odisha Link
Bridging the Missing Links in Odisha

ଭୁଶୁଡ଼ିଲା ଅସ୍ଥାୟୀ ପୋଲ

ସୁନ୍ଦରଗଡ଼ : ଜାତୀୟ ରାଜପଥ ୫୨୦ର ତୋଡ଼ାଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲଟି ଭୁଶୁଡ଼ି ଯାଇଛି। ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ରାସ୍ତା ଉପରେ ଶତାଧିକ ଗାଡ଼ି ଠିଆହୋଇ ରହିଛି ।

ସୂଚନା ଅନୁସାରେ ଗତ କିଛି ଦିନ ହେଲା ଆରକେଡି କନଷ୍ଟ୍ରକସନ କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାମ କରୁଛି । ବର୍ଷା ପୂର୍ବରୁ ଏ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ କମ୍ପାନୀକୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ କେହି ଧ୍ୟାନ ଦେଇନଥିଲେ । ଯାହା ଫଳରେ ଏହି ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Comments are closed.