Odisha Link
Bridging the Missing Links in Odisha

ବନ୍ୟା ସମ୍ପର୍କରେ କଣ କହିଲେ ଏସଆରସି ଜାଣନ୍ତୁ….

ଭୁବନେଶ୍ବର: ଯାଜପୁର ଓ ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। କାଲି ସକାଳ ସୁଦ୍ଧା ବୈତରଣୀ ନଦୀରେ ବନ୍ୟା ସୃଷ୍ଟି ହୋଇ ପାରେ। ଏନେଇ ଲଗାଣ  ବର୍ଷାକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନାଙ୍କ ସୂଚନା ଅନୁସାରେ କେନ୍ଦୁଝରରେ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏବେ ଆନ୍ଦପୁରରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି। ଆଖୁଆବଦାରେ ବି ବିପଦ ସଙ୍କେତ ଉପରେ ବୈତରଣୀ ପ୍ରବାହିତ ହେଉଛି। ତେଣୁ କାଲି ସୁଦ୍ଧା ଯାଜପୁର ଓ ଭଦ୍ରକରେ ବନ୍ୟା ଆସିପାରେ। ଭଦ୍ରକକୁ କୋଟିଏ ଏନଡ଼ିଆରଏଫ୍‌ ଓ ଗୋଟିଏ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି। ଏହା ସହିତ ଯାଜପୁରକୁ ଖୁବଶୀଘ୍ର ଏନଡିଆରଏଫ ଓ ଓଡ଼୍ରାଫ୍‌ ଟିମ୍‌ ଫଠାଯିବ।

ବୈତରଣୀ ନଦୀ ଆଖୁଆପଧା ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ଜଳ। ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ହେଲେ ସବୁ ଜାଗାରେ ବନ୍ଧ ସୁଦୃଢ଼ ଅଛି। ପ୍ରବଳ ବର୍ଷା ପ୍ରଭାବରେ ଯାଜପୁର, କେନ୍ଦ୍ରପଡ଼ା, ଭଦ୍ରକରେ ବନ୍ୟା ହେବାର ଆଶଙ୍କା ରହିଛି। ବ୍ରାହ୍ମଣୀ, ମହାନଦୀରେ ପାଣି ଆସିବ। କିନ୍ତୁ ବନ୍ୟା ଅଶଙ୍କା ନାହିଁ। ଏବେ ଅମାବାସ୍ୟା କି ପୂର୍ଣ୍ଣିମା ନାହିଁ। ବନ୍ୟା ପାଣି ସମୁଦ୍ରକୁ ନିଷ୍କାସିତ ହୋଇଯିବ। ତେଣୁ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ। ଉପକୂଳବର୍ତ୍ତୀ ତଳିଆ ଅଞ୍ଚଳରେ ପାଣି କମିବ।

ସୂଚନା ଯୋଗ୍ୟ ଯେ, ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବେହାଲ ସାରା ଓଡିଶା। ଭଦ୍ରକ ଜିଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଛି।ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଛି । ବର୍ତ୍ତମାନ ଏଠାରେ ନଦୀର ଜଳସ୍ତର ୩୮.୪୦୦ ମିଟର ରହିଥିବା ଜଣାପଡ଼ିଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଥିବା ଆନନ୍ଦପୁର ଉପଜିଲ୍ଲାପାଳ କହିଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏସଆରସି ବୈତରଣୀ ନଦୀରେ ଏକ ବଡ ବନ୍ୟା ଆଶଙ୍କା କରିଛି। ତେଣୁ ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବା ସହ ତୁରନ୍ତ ଆବଶ୍ୟକୀୟ ସୁରକ୍ଷା କାର୍ୟ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.