Odisha Link
Bridging the Missing Links in Odisha

NEET ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି, କେମିତି କରିବେ ଡାଉନଲୋଡ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ସେପ୍ଟେମ୍ବର ୧୩ରେ ହେବ ଏନଇଇଟି ପରୀକ୍ଷା। ଏଥିପାଇଁ ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜାରି କରିଛି ଏନଇଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ପରୀକ୍ଷାର୍ଥୀ ମାନେ https://ntaneet.nic.in/ntaneet/welcome.aspx ର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ପରୀକ୍ଷାର୍ଥୀ ମାନଙ୍କୁ କିଛି ଦିନ ପୂର୍ବରୁ କେଉଁ ସହରରେ ସେମାନଙ୍କର ପରୀକ୍ଷା ଅଛି ସେ ସଂପର୍କରେ ସୂଚନା ଦିଆଯାଇଥିଲା।

ବର୍ତ୍ତମାନ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀ ନିଜ ପରୀକ୍ଷା କେନ୍ଦ୍ରର ସମ୍ପୂର୍ଣ୍ଣ ଠିକଣା, ରିପୋର୍ଟିଂ ସମୟ ଏବଂ ଅନ୍ୟାନ୍ୟ ସମସ୍ତ ତଥ୍ୟ ଜାଣିପାରିବେ। ସମସ୍ତ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପଢିବା ଉଚିତ୍। କରୋନା କାଳରେ ପରୀକ୍ଷା ହେଉଥିବାରୁ ଏନଟିଏ ​​ଅନେକ ନିର୍ଦ୍ଦେଶାବଳୀ ସ୍ଥିର କରିଛି। ଦେଶର ମେଡିକାଲ କଲେଜଗୁଡ଼ିକରେ ଏମବିବିଏସ/ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନଇଇଟି ପରୀକ୍ଷା କରାଯାଏ।

ନିର୍ଦ୍ଧାରିତ ସମୟରେ ନିଟ୍ ଓ ଜେଇଇ ପରୀକ୍ଷା ହେବା ନେଇ ଏନଟିଏ ମଙ୍ଗଳବାର ଘୋଷଣା କରିଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀ ଅନୁଯାୟୀ ଜେଇଇ ଓ ନିଟ୍ ପରୀକ୍ଷା ହେବ ବୋଲି ଏନଟିଏ ପକ୍ଷରୁ ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୧୩ରେ ହେବ ନିଟ୍, ସେପ୍ଟେମ୍ବର ୧ ଓ ୬ରେ ହେବ ଜେଇଇ ପରୀକ୍ଷା। ଏନେଇ ନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାସହ ଜେଇଇ ମେନ୍‌ ପାଇଁ ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଥିବା ବେଳେ ନିଟ୍ ପାଇଁ ସେଣ୍ଟର ସଂଖ୍ୟା ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଥିବା ଜଣାପଡିଛି।

Comments are closed.