Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ଦୁଇ ପୁଲିସ କର୍ମଚାରୀ

ଯାଜପୁର: ବିନା ଦୋଷରେ ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଦାନଗଦି ଫାଣ୍ଡି ଏଏସଆଇ ମନୋରଞ୍ଜନ ନାୟକ ଓ କନଷ୍ଟେବଳ କାର୍ତ୍ତିକ ମଲ୍ଲିକ ।

ପ୍ରକାଶ ଯେ, ଗତ ସୋମବାର ଉଭୟ କର୍ମଚାରୀ ୨ ଜଣ ଲୋକଙ୍କୁ ମାଡ଼ ମାରିଥିଲେ । ଘରକୁ ଫେରିବା ବେଳେ ରାତି ୯ଟା ହେଇ ଯାଇଥିବାରୁ ସେମାନଙ୍କୁ ମାଡ଼ ମରାଯାଇଥିଲା । ଏହା ବିରୋଧରେ ଗ୍ରାମବାସୀ ଫାଣ୍ଡି ଘେରାଉ କରିଥିଲେ। ପରେ ଏସପି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଅତିରିକ୍ତ ଏସପିଙ୍କ ରିପୋର୍ଟ ଆଧାରରେ ଉଭୟ ଦାନଗଦି ଫାଣ୍ଡି ଏଏସଆଇ ମନୋରଞ୍ଜନ ନାୟକ ଓ କନଷ୍ଟେବଳ କାର୍ତ୍ତିକ ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

Comments are closed.