Odisha Link
Bridging the Missing Links in Odisha

ସଂସଦ ଭବନ ନିକଟରୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କଲା ପୁଲିସ୍, ଜବତ ଚିଠିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗିରଫ। ସଂସଦ ଭବନ ନିକଟସ୍ଥ ବିଜୟ ଚୌକରୁ ବୁଧବାର ସକାଳେ ଦିଲ୍ଲୀ ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ତା’ ପାଖରୁ ଏକ ଚିଠି ମିଳିଛି ଯାହା କୋଡ ୱାର୍ଡରେ ଲେଖା ଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଂସଦ ଭବନ ଛକ ଥାନାକୁ ନିଆଯାଇଛି, ଯେଉଁଠାରେ ତାକୁ ପଚରାଉଚୁରା କରା ଯାଉଛି। ପୁଲିସ, ଆଇବି ଏବଂ ଅନ୍ୟାନ୍ୟ ଗୁପ୍ତଚର ସଂସ୍ଥା ଭଳି ଅନେକ ଅନୁସନ୍ଧାନକାରୀ ସଂସ୍ଥା ତାକୁ ମିଳିତ ଭାବେ ପଚରାଉଚୁରା କରୁଥିବାର ସୂଚନା ରହିଛି।

ଆଜି ବ୍ୟକ୍ତି ଜଣଙ୍କ ଧରାପଡିବା ପରେ ସଂସଦ ଭବନ ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗିରଫ ହୋଇଥିବା ଯୁବକ କାଶ୍ମୀରର ବୋଲି ଜଣାପଡିଛି। ତେବେ ସନ୍ଦେହଜନକ ପରିସ୍ଥିତିରେ ସେ ସଂସଦ ଭବନ ନିକଟରେ ବୁଲୁଥିଲେ, ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହା ଏକ ସାଧାରଣ ପ୍ରକ୍ରିୟା। ପଚରାଉଚୁରା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି କହିଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ଯୁବକ ଜଣକ ନିଜ ବିଷୟରେ ବାରମ୍ବାର ଭିନ୍ନ ଭିନ୍ନ ତଥ୍ୟ ଦେଉଥିଲା। ତେବେ ପୁଲିସ ନିଜ ହେପାଜତକୁ ନେଇ ପଚରାଉଚୁରା ବେଳେ ସେ କହିଥିଲା ଯେ ସେ କାଶ୍ମୀରର ବଡଗାମର ବାସିନ୍ଦା। ତା’ଠାରୁ ଏକ ବ୍ୟାଗ ଉଦ୍ଧାର କରାଯାଇଛି ଯେଉଁଥିରୁ ଦୁଇଟି ପରିଚୟ ପତ୍ର ମିଳିଛି ଏବଂ ଉଭୟରେ ଭିନ୍ନ ଭିନ୍ନ ନାମ ଲେଖାଯାଇଛି। ତା’ଠାରୁ ଆଧାର କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିଛି, ଉଭୟରେ ଭିନ୍ନ ଭିନ୍ନ ନାମ ଲେଖାଯାଇଛି। ଡ୍ରାଇଭିଂ ଲାଇସେନ୍ସରେ ତା’ ନାମ ଫିର୍ଡସ୍ ବୋଲି ଲେଖାଯାଇଥିବାବେଳେ, ଆଧାର କାର୍ଡରେ ଅହମ୍ମଦ ଆଙ୍ଗେର ବୋଲି ଲେକାଯାଇଥିବା ସୂଚନା ମିଳିଛି।

ପ୍ରଥମେ ସେ ୨୦୧୬ରେ ଦିଲ୍ଲୀ ବୁଲିବାକୁ ଆସିଥିଲା। ପରେ କଥା ବଦଳାଇ ସେ କହିଥିଲା ଯେ ଲକଡାଉନ ସମୟରେ ଦିଲ୍ଲୀ ଆସିଥିଲା ଆଉ ଫେରି ନାହିଁ। ତେବେ ସେ ଦିଲ୍ଲୀରେ କେଉଁଠାରେ ରୁହେ ବୋଲି ପଚରାଯିବାରୁ, ସେ ଜାମା ମସଜିଦ୍, ନିଜାମୁଦ୍ଦିନ ଏବଂ ଜାମିଆ ଅଞ୍ଚଳରେ ରହୁଥିବା ବିଷୟରେ କହିଥିଲା।

Comments are closed.