Odisha Link
Bridging the Missing Links in Odisha

ଦିଗବିଜୟ କହିଲେ ମୋ ସାକ୍ଷାତକାର ଦେଖିବାକୁ ଚାହୁଁଛନ୍ତି, ଲୋକ କହିଲେ..

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଚର୍ଚ୍ଚାରେ । ନିଜର ଏକ ଟୁଇଟକୁ ନେଇ ଟ୍ରୋଲର ଶିକାର ହେଲେ ଦିଗବିଜୟ ସିଂହ। ଆଜି ପୂର୍ବାହ୍ନରେ ଶ୍ରୀ ସିଂହ ଏକ ଭିଡିଓ ଲିଙ୍କ୍‌ ସେୟାର କରି ପଚାରିଛନ୍ତି ଯେ, ମୋ ସାକ୍ଷାତକାର ଦେଖିବାକୁ ଚାହୁଁଛନ୍ତି। ସୂଚନାଥାଉକି ଗତକାଲି ଏକ ଟିଭି ଶୋରେ ଦିଗବିଜୟ ସିଂହଙ୍କ ଏକ ସାକ୍ଷାତକାର ହୋଇଥିଲା। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ଗାନ୍ଧୀ ପରିବାରକୁ ସମର୍ଥନ ଦେଇଥିଲେ ଶ୍ରୀ ସିଂହ। ଏଥିସହିତ ଚିଠି ଲେଖା ଯିବା ପ୍ରସଙ୍ଗରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

 

ସାକ୍ଷାତକାରରେ ଦିଗବିଜୟ ସିଂହ କହିଥିଲେ ଯେ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଏଭଳି ଚିଠି ଲେଖିବାର ଜରୁରୀ କଣ ଥିଲା। ଚିଠିରେ ଥିବା ହସ୍ତାକ୍ଷରରେ ବାଙ୍ଗିଙ୍ଗ କମିଟିର କିଛି ସଦସ୍ୟଙ୍କର ମଧ୍ୟ ହସ୍ତାକ୍ଷର ରହିଛି। ରାଜ୍ୟସଭାରେ ବିପକ୍ଷ ନେତା ଓ ଉପନେତା ମଧ୍ୟ ଅଛନ୍ତି। ମୋତେ ଲାଗୁଛି ଯେ ଚିଠି ଲେଖିବାର ନଥିଲା। ଯଦି କୌଣସି ବିଷୟରେ ଆଲୋଚନା କରିବାର ଥିଲା ତେବେ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କୁ ପଚାରି ପାରିଥାଆନ୍ତ। ଏଥିପାଇଁ କଦାପି ସେ ମନା କରନ୍ତି ନାହିଁ।

ଏଭଳି ଟୁଇଟ ପରେ ସୋଶିଆଲ ମିଡିଆ ୟୁଜରଙ୍କ ଟାର୍ଗେଟରେ ଦିଗବିଜୟ ସିଂହ। ଅଶୋକ ଶ୍ରୀବାସ୍ତବ ନାମକ ଜଣେ ୟୁଜର କହିଛନ୍ତି ଯେ, ସାର ଆମେ ଆପଣଙ୍କୁ ଦେଖିବାକୁ ଚାହୁଁନୁ, ଆପଣଙ୍କ ସାକ୍ଷାତକାର କଣ ଦେଖିବୁ।

ଏଥିସହିତ ପ୍ରଫେସର କପିଲ ନାମକ ଜଣେ ୟୁଜର କହିଛନ୍ତି ଯେ, ଏତେ ଭଲ କେବେଠୁ ହେଲ ଦିଗି। ଏଭଳି ଆହୁରି ୟୁଜର ସୋଶିଆଲ ମିଡିଆରେ ଦିଗବିଜୟଙ୍କୁ ଧୁଲେଇ କରିଛନ୍ତି।

Comments are closed.