Odisha Link
Bridging the Missing Links in Odisha

ଆଜି କୋରାପୁଟରେ ଶୁଭାରମ୍ଭ ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ। ଆଜି କୋରାପୁଟ ଜିଲ୍ଲାରେ ଶୁଭାରମ୍ଭ ହେବ ପ୍ଲାଜମା ବ୍ୟାଙ୍କ। ଆଜି ସଂଧ୍ୟା ୫ଟାରେ ଭିଡିଓ କନଫେରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ। କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶୁଭାରମ୍ଭ ହେବ।

କୋରାପୁଟ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ଏକ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରିବାକୁ ଯାଉଛନ୍ତି। କରୋନା ରୋଗୀଙ୍କୁ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସୁସ୍ଥ କରିବା ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ଲାଜ୍‌ମା ବ୍ୟାଙ୍କ ଦ୍ବାରା କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ରୋଗୀମାନେ ଏହାର ସୁଫଳ ପାଇପାରିବେ।

ସୂଚନାଯୋଗ୍ୟ, ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ, ରାଉରକେଲାରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ଲାଜ୍‌ମା ବ୍ୟାଙ୍କ ଶୁଭାରମ୍ଭକୁ ତ୍ବରାନିତ୍ବ କରାଯାଉଛି। ରାଜ୍ୟରେ ଆରୋଗ୍ୟ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

Comments are closed.