Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୩୩୮୪ ପଜିଟିଭି ଚିହ୍ନଟ,ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯୮୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୨୮ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୨୫୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଗଞ୍ଜମକୁ ପଛରେ ପକାଇ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଏହା ସହିତ ଆଜି ଖୋର୍ଦ୍ଧା ଜିଲ୍ଲାର କରୋନା ପଜିଟିଭି ସଂଖ୍ୟା ୫୮୭ରେ ପହଞ୍ଚିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୧୧୯, ବରଗଡ଼ରୁ ୧୫୭, ଭଦ୍ରକରୁ ୮୨, ବଲାଙ୍ଗୀରରୁ ୯୯, ବୌଦ୍ଧରୁ ୫, କଟକରୁ ୪୯୨, ଦେଓଗଡ଼ରୁ ୧୬, ଢେଙ୍କାନାଳରୁ ୬୦, ଗଜପତିରୁ ୯, ଗଞ୍ଜାମରୁ ୧୭୭, ଜଗତସିଂହପୁରରୁ ୪୩, ଯାଜପୁରରୁ ୧୭୬, ଝାରସୁଗୁଡ଼ାରୁ ୯୪, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୮, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୬୩, କେନ୍ଦୁଝରରୁ ୫୮୭, କୋରାପୁଟରୁ ୫୮୭, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଞ୍ଜରୁ ୧୭୭, ନବରଙ୍ଗପୁରରୁ ୩୧, ନୟାଗଡ଼ରୁ ୭୬, ନୂଆପଡ଼ାରୁ ୧୯, ପୁରୀରୁ ୧୨୧, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୧୮୨, ସୋନପୁରରୁ ୩୭, ସୁନ୍ଦରଗଡ଼ରୁ ୧୦୧ଜଣ ରହିଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୭୬୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.