Odisha Link
Bridging the Missing Links in Odisha

NEET-JEE ପରୀକ୍ଷା: ମୋଦୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର: NEET-JEE ପରୀକ୍ଷାକୁ ନେଇ ସାରା ଦେଶରେ ଲାଗି ରହିଛି ଦ୍ବନ୍ଦ୍ବ। ସରକାର ପରୀକ୍ଷା ସପକ୍ଷରେ ଥବା ବେଳେ ଅଣ ବିଜେପି ଶାସିତ ରାଜ୍ୟ ଗୁଡ଼ିକ କରୋନା କାଳରେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ଏସବୁ ମଧ୍ୟରେ ଆଜି ପିଏମ୍‌ ମୋଦୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଟ୍‌ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ।

ପ୍ରଧାନମନ୍ତ୍ରୀଙ୍କୁ ନବୀନ କହିଛନ୍ତି ଯେ, କରୋନା ସମୟ ଓ ରାଜ୍ୟରେ ଦେଖାଯାଉଥିବା ବନ୍ୟା ସ୍ଥିତିକୁ ନଜରରେ ରଖି ନିଟ୍‌ ଓ ଜେଇଇ ପରୀକ୍ଷା ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ। ବନ୍ୟା ପ୍ଲାବିତ ଅଞ୍ଚଳର ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଆସିବାରେ ବାଧା ଉପୁଜିବାର କାରଣ ମଧ୍ୟ ଦର୍ଶାଇଛନ୍ତି ନବୀନ।

ସୂଚନାଥାଉକି, ଏହା ପୂର୍ବରୁ ପରୀକ୍ଷା ସ୍ଥଗିତ ରଖିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.