Odisha Link
Bridging the Missing Links in Odisha

ଡ୍ରଗ୍‌ସ୍‌ ସମ୍ପୃକ୍ତି ନେଇ ରିୟାଙ୍କ ବିରୋଧରେ ମାମଲା ରୁଜୁ କଲା ଏନ୍‍ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ତଥ୍ୟ ଜଡିତ ହେବାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାମଲା ରୁଜୁ କରିଛି। ଏନ୍‍ସିବି ରିୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ଜୟା ଶାହା, ଶ୍ରୁତି ମୋଦୀ ଏବଂ ଗୌରବ ଆର୍ୟା ବିରୋଧରେ ମାମଲା ରୁଜ୍ଜୁ କରିଛି। ସମସ୍ତଙ୍କ ବିରୋଧରେ ନିଶା ଔଷଧ ଓ ମାଦକ ପଦାର୍ଥ ନିରୋଧକ ଅଧିନିୟମ ଏନ୍‌ଡିଏସ୍‌ପି ର ବିଭିନ୍ନ ଧାରା ଲଗାଯାଇଛି। ଏହି ମାମଲାରେ ଦିଲ୍ଲୀ ଜୋନାଲ ଡ଼ାଇରେକ୍ଟର ଆଇପିଏସ ଅଧିକାରୀ କେ.ପି.ଏସ ମାଲହୋତ୍ରାଙ୍କ ଟିମ ଯାଞ୍ଚ କରିବ। ରିୟା ଚକ୍ରବର୍ତ୍ତୀ ବିରୋଧରେ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ଆରୋପ ଲଗାଯାଇଛି। ଅଭିନେତ୍ରୀ ନିଜେ ମଧ୍ୟ ଡ୍ରଗ୍ସ ସେବନ କରୁଥିବା ଏବଂ ଡିଲ କରୁଥିବା ଅଭିଯୋଗ ହୋଇଛି।

ଇଡିର ରିୟା ଯାଞ୍ଚ ବେଳେ ଡ୍ରଗ୍ସ ସହ ଜଡିତ କିଛି ତଥ୍ୟ ସାମ୍ନାକୁ ଆସିଛି। ଏହାପରେ ଇଡି ସିବିଆଇ ଓ ଏନସିବି କିଛି ପ୍ରମାଣ ସେୟାର କରିଛି। ଇଡିକୁ ରିୟାଙ୍କ ଫୋନରୁ ଡିଲିଟ କରିଥିବା ହ୍ୱାଟ୍ସଆପ ମେସେଜ ମିଳିଛି। ମେସେଜରେ କଥିତ ଭାବେ ପ୍ରତିବନ୍ଧିତ ଡ୍ରଗ୍ସ କାରବାରର ସଂକେତ ମିଳିଛି। ଅଧିକାରୀ କହିଛନ୍ତି ଇଡି ଏହି ମାମଲାରେ ରିୟାଙ୍କୁ ସନ୍ଦିଗ୍ଧ ଡ୍ରଗ୍ସ କାରବାର ସମ୍ବନ୍ଧରେ ପଚରାଉଚୁରା କରିଛି ଏବଂ ଏହିସବୁ ଆରୋପକୁ ନେଇ ରିୟାଙ୍କ ବୟାନ ରେକର୍ଡ କରାଯାଇଛି।

Comments are closed.