Odisha Link
Bridging the Missing Links in Odisha

୭ଦିନ ଯାଏ ଝାରସୁଗୁଡ଼ା ଟାଉନ ସଟ୍‌ଡାଉନ୍‌

ଝାରସୁଗୁଡ଼ା : ୭ଦିନ ଯାଏ ଝାରସୁଗୁଡ଼ା ଟାଉନ ସଟ୍‌ଡାଉନ୍‌। ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ୭ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ାରେ ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୫ ତାରିଖ ଯାଏ ସଟ୍‌ଡାଉନ୍ କଟକଣା ବଳବତ୍ତର ରହିବ। ସଟ୍‌ଡାଉନ୍‌ ସମୟରେ ଜରୁରୀ ସେବାକୁ କଟକଣାରୁ ବାଦ୍ ଦିଆଯାଇଛି। ଏଥିସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗ୍ରୋସରୀ, ପରିବା, କ୍ଷୀର, ଅଣ୍ଡା ଓ ମାଛ ଦୋକାନ ସକାଳ ୬ଟାରୁ ୧୧ଟା ଯାଏଁ ଖୋଲା ରହିବ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ହଜାର ୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧୭ ଜଣ ସୁସ୍ଥ ହୋଇଛନ୍ତି। ୪୧୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.