Odisha Link
Bridging the Missing Links in Odisha

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଘଟଣା ଆଜି ଆଉ ପାଦେ ଆଗକୁ ଆଗେଇଛି। ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ଦନ ଟେଷ୍ଟ ଆରମ୍ଭ ହୋଇଛି। ସହଯୋଗୀ ପପୁ, ବିକାଶ ଓ ଦୀକୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ବର ଫରେନସିକ୍‌ ଲ୍ୟାବରେ ଟେଷ୍ଟ ଚାଲିଛି।

ସୂଚନାଯୋଗ୍ୟ ଯେ, ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସଟ ଟେଷ୍ଟ ସରିଛି। ଭୁବନେଶ୍ବର ଫରେନସିକ ଲ୍ୟାବରେ ଦିବ୍ୟାଙ୍କ ଲାଇ ଟେଷ୍ଟ ହୋଇଛି। ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିଲା ଲାଇ ଡିଟେକସନ ଟେଷ୍ଟ। ଏଥିରେ ବିଦ୍ୟାଶ୍ରୀଙ୍କୁ ୭୦ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲ ଆଜି ଆଉ ପାଦେ ଆଗକୁ ଆଗେଇଛି। ସମାଜସେବୀ ଅଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିକେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ବର ଫରେନସିକ୍‌ ଲ୍ୟାବରେ ଜାଇ ଡିକେକ୍ସନ ଟେଷ୍ଟ ଆରମ୍ଭ କରାଯାଉଛିି।

ଏହି ଲାଇ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯିବା ସହ ସେ କେତେ ସତ କେତେ ମିଛ କହୁଛନ୍ତି ତାହାର ପରୀକ୍ଷା ନିରୀକ୍ଷା କରାଯିବ। କୋର୍ଟରେ ଲାଇ ଡିଟେକ୍ଟସନ ଟେଷ୍ଟ ରିପୋର୍ଟକୁ ଏକ ପ୍ରମାଣ ଭାବେ ଗ୍ରହଣ କରାଯାଉନଥିଲେବି ତଦନ୍ତରେ କିନ୍ତୁ ଏହା ବେଶ ସହାୟକ ହୋଇପାରିବ। ଆଦିତ୍ୟଙ୍କ ମୃତ୍ୟୁ ପାଇଁ କେତେକ ବିଦ୍ୟାଶ୍ରୀଙ୍କୁ ଦାୟୀ କରୁଥିବାବେଳେ ଅନ୍ୟ କେତେକ ତାଙ୍କର ବନ୍ଧୁ ପପୁ, ବିକାଶ ଓ ପ୍ରୀତମଙ୍କୁ ଦାୟୀ କରୁଛନ୍ତି । ଏପରିକି ବିଦ୍ୟାଶ୍ରୀ ଏହି ୩ ବନ୍ଧୁଙ୍କ ଆଡ଼କୁ ଆଙ୍ଗୁଳି ଉଠାଉଥିବାବେଳେ ଆଦିତ୍ୟଙ୍କ ସହଯୋଗୀ ଓ ବନ୍ଧୁମାନେ ବିଦ୍ୟାଶ୍ରୀଙ୍କୁ ଦାୟୀ କରି ଆସୁଛନ୍ତି । ତେଣୁ କିଏ ସତ କହୁଛି, କିଏ ମିଛ କହୁଛି ତାହା ଜାଣିବା ପାଇଁ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି ।

Comments are closed.