Odisha Link
Bridging the Missing Links in Odisha

ଆଜିଠୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ କରାଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆରଏମ୍‌ଆରସିର ଟେକ୍ନିକାଲ ଓ ବିଏମ୍‌ସି ଅଧିକାରୀ ମିଳିତ ଭାବେ ରାଜଧାନୀର ୨୫ଟି ୱାର୍ଡରେ ଏହି ସର୍ଭେ କରିବେ। କମ୍ୟୁନିଟି ଓ ହାଇରିସ୍କ ବ୍ୟକ୍ତିଙ୍କର ଏହି ସେରୋ ସର୍ଭେ କରାଯିବ। ୨ ଦିନରେ ୧୫୦୦ ନମୁନା ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଜୁଲାଇ ମାସରେ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା। ସର୍ଭେରେ ୧.୪% ଲୋକଙ୍କ ଦେହରେ ଆଣ୍ଟିବଡି ହୋଇଥିବା ଜଣାପଡ଼ିଥିଲା। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ ହଜାର ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାେ ବେଳେ ୫୧୨୪ ଜଣ ସୁସ୍ଥ ହୋଇଛନ୍ତି। ୩୪୭୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୩୬ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.