ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ: ସିବିଆଇ ନିକଟରେ ହାଜର ହେଲେ ରିୟା। ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଥିବାରୁ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଥିଲା। ସିବିଆଇର ସମନ ପରେ ଆଜି ମୁମ୍ବାଇ ସିବିଆଇ ନିକଟରେ ହାଜର ହୋଇଛନ୍ତି ରିୟା। ମୁମ୍ବାଇର ଡିଆରଡିଓ ଅଫିସ୍ରେ ରିୟା ଓ ସାମୁଏଲ ମିରାଣ୍ଡାଙ୍କୁ ବି ଜେରା କରାଯିବ।
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା କେକେ ସିଂ ଲଗାଇଥିବା ଅଭିଯୋଗ ଏବଂ ଡ୍ରଗ୍ସ ସଂପର୍କିତ ଚାଟ୍ ସମ୍ପର୍କରେ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଜେରା କରିବ। ଗତକାଲି ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ମାରାଥନ ଜେରା କରିଥିଲା।