ଆଦିତ୍ୟ ମୃତ୍ୟୁ ପଛରେ ସାଇକୋ ଲେଡ଼ି!

ଭୁବନେଶ୍ବର: ବହୁ ଚର୍ଚ୍ଚିତ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି। ଜଣେ ସାଇକୋ ଲେଡ଼ିକୁ ନେଇ ସନ୍ଦେହ ବ୍ୟକ୍ତି କରିଛନ୍ତି ଆଦିତ୍ୟଙ୍କ ବାପା। ଆଦିତ୍ୟ ବାପାଙ୍କ କହିବା ଅନୁଯାୟୀ ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକମେଲିଂ କରୁଥିଲେ। ସେ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ। ବାହା ହେବାକୁ ମଧ୍ୟ ବ୍ଲାକ ମେଲିଂ କରୁଥିଲେ। ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ନ ଥିବାରୁ ଆମେ ସିବିଆଇ ତଦନ୍ତ ଚାହୁଁଛୁ ବୋଲି କହିଛନ୍ତି।