Odisha Link
Bridging the Missing Links in Odisha

ହୋଟେଲ୍ ରୁମ୍‌ରୁ ଯୁବକଙ୍କ ମୃତଦେହ ଠାବ, ଯୁବତୀ ଅଟକ

ଢେଙ୍କାନାଳ: ହୋଟେଲରୁ ମୃତଦେହ ଠାବ। ହୋଟେଲ ରୁମରୁ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କ ମୃତଦେହ ମିଳିଛି। ଢେଙ୍କାନାଳ ଟାଉନ୍ ସ୍ଥିତ ହୋଟେଲ ଶକୁନ୍ତଳାରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ବିଜୁ ମଇତି। ହୋଟେଲ ରୁମ୍‌ରୁ ମୃତକଙ୍କ ସହ ଜଣେ ଯୁବତୀ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି।

ସୂଚନା ମୁତାବକ, ଢେଙ୍କାନାଳ ଟାଉନ୍ ସ୍ଥିତ ହୋଟେଲ ଶକୁନ୍ତଳାର ଏକ ରୁମରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଟାଉନ୍ ଥାନା ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ଜଣେ ଗହଣା ଦୋକାନୀ ଏବଂ ତାଙ୍କ ଘର କୋଲକତାରେ। ଢେଙ୍କାନାଳ ଭୁବନରେ ଗହଣା ଦୋକାନ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହୋଟେଲ ରୁମ୍‌ରୁ ବିଜୁଙ୍କ ସହ ଜଣେ ଯୁବତୀ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି। ସଂପୃକ୍ତ ଯୁବତୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।