Odisha Link
Bridging the Missing Links in Odisha

ଏଣିକି ଓଟିଡିସି କରିବ ବଣଭୋଜିର ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ଆଉ ବଣଭୋଜି କରିବା ପାଇଁ ଚିନ୍ତା ମୁଣ୍ଡାଇବାକୁ ପଡ଼ିବ ନାହିଁ। ବୁକିଂ ମାତ୍ରେ ଆପଣଙ୍କ ପାଇଁ ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ପ୍ରଥମ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ କିଛି ଜୈବ ପର୍ଯ୍ୟଟନ ସ୍ଥଳରେ ଏ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଖାଣ୍ଟି ଓଡ଼ିଆ ଖାଦ୍ୟ ସାଙ୍ଗକୁ ବରାଦ ମୁତାବକ ଖାଦ୍ୟ ଭେଟି ଦିଆଯିବ। ଓଟିଡିସିର ୪୧ ତମ ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରାଯାଇଛି।

Comments are closed.