Odisha Link
Bridging the Missing Links in Odisha

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୭ ମୃତ

ଚେନ୍ନାଇ: ତାମିଲନାଡୁର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ତାମିଲନାଡୁର କୁଡ୍ଡାଲୋର ଜିଲାର କାଟ୍ଟାମନ୍ନାରକୋଲ ସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ବାଣ ବିସ୍ଫୋଣଣର ମାତ୍ରା ଏତେଥିଲା ଯେ  କଂକ୍ରିଟ କୋଠା ସଂପୂର୍ଣ୍ଣ  ଭୁଶୁଡି ପଡିଥିଲା। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ  ଜଣାପଡ଼ିନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ତଦନ୍ତ କରୁଛି।

ସୂଚନା ମୁତାବକ,  ଆସନ୍ତା ଦଶହରା ଓ ଦୀପାବଳୀକୁ ଦୃଷ୍ଟିରେ ରଖି କାରଖାନାରେ ଅଧିକ ବାଣ ଉତ୍ପାଦନ କରାଯାଉଥିଲା। କାରଖାନା ପରିସରରେ ଥିବା ଗୋଦାମରେ ବିପୁଳ ପରିମାଣରେ ବିସ୍ଫୋରକ ଓ ବାଣ ରଖାଯାଇଥିଲା। ବାଣ ତିଆରିବେଳେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଏହି ବାଣ କାରଖାନାଟି ଚେନ୍ନାଇଠାରୁ ୧୯୦ କିଲୋମିଟର ଦୂରରେ ଅବସ୍ଥିତ ବୋଲି ଜଣାପଡ଼ିଛି।

Comments are closed.