Odisha Link
Bridging the Missing Links in Odisha

ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍‌ ବନ୍ଦ

ହୀରାକୁଦ : ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍‌ ବନ୍ଦ। ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ସେଥିପାଇଁ ହୀରାକୁଦର ଡ୍ୟାମର ଆଉ ତିନୋଟି ଗେଟ୍‌କୁ ବନ୍ଦ କରାଯାଇଛି। ଏବେ ମୋଟ୍ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମର ବାମପଟୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଡାହାଣପଟୁ ୨ଟି ଗେଟ୍ ଦେଇ ଜଳନିଷ୍କାସନ ଜାରି ରହିଛି।

Comments are closed.