Odisha Link
Bridging the Missing Links in Odisha

ସୀମା ବିବାଦ ମଧ୍ୟରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ ରାଜନାଥ ସିଂ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ଥିବାରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ମସ୍କୋ ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ଚୀନ ପ୍ରତିରକ୍ଷା ମନ୍ତ୍ରୀ ଓ୍ଵି ଫେଗହିଙ୍କୁ ଭେଟିବେ। ପୂର୍ବରୁ ଏହି ସାକ୍ଷାତ ପାଇଁ କୌଣସି କାର୍ଯ୍ୟକ୍ରମ ନଥିବାବେଳେ ଚୀନ ସରକାରଙ୍କ ଅନୁରୋଧ କ୍ରମେ ଭାରତ ଏଥିପାଇଁ ରାଜି ହୋଇଛି। ରାଜନାଥ ଓ ଓ୍ଵି ସାକ୍ଷାତକୁ ବେଶ ଗୁରୁତ୍ୱ ଦିଆଯାଉଛି। ଗତ ମେରେ ଚୀନ ସେନାର ଅନୁପ୍ରବେଶ ପରେ ଏହା ହେଉଛି ଦୁଇଦେଶ ମଧ୍ୟରେ ପ୍ରଥମ ରାଜନୈତିକ ସ୍ତରୀୟ ଆଲୋଚନା।

ସୂଚନାଯୋଗ୍ୟ, ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ। ଗତ ଅଗଷ୍ଟ ୨୯-୩୦ ରାତିରେ ଭାରତୀୟ ଯବାନ ମାନେ ପେଙ୍ଗୟାଂ ହ୍ରଦ ନିକଟରେ ଥିବା ବ୍ଲାକ ଟପକୁ ଅଧିକାର କରିନେଇଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଯାଇଛି। ତାହାର ଜବାବ ଦେବାକୁ ଚୀନ ଧମକ ଦେଇଛି।

Comments are closed.