Odisha Link
Bridging the Missing Links in Odisha

ଉପଜିଲ୍ଲାପାଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା

ବଲାଙ୍ଗିର: ଜଣେ ମହିଳା କର୍ମଚାରୀଙ୍କୁ ଉପଜିଲ୍ଲାପାଳ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଏଠାରୁ ବଦଳି କରିବା ପାଇଁ ସମ୍ପୃକ୍ତ ମହିଳା ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି।

ତେବେ ମହିଳା କର୍ମଚାରୀଙ୍କ ଦାବି ମୁତବାକ ଜିଲ୍ଲାପାଳ ସମ୍ପୃକ୍ତ ଉପଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରିବା ସହ ତାଙ୍କ ନାଁରେ ଉଠିଥିବା ଅଭିଯୋଗର ତଦନ୍ତ ପାଇଁ କମିଟି ମଧ୍ୟ ଗଠନ କରିଛନ୍ତି। ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ତେବେ ସମ୍ପୃକ୍ତ ପୀଡ଼ିତ କର୍ମଚାରୀଙ୍କୁ କାଉନସେଲିଂ କରାଯାଇଥିବା କମିଟି ମୁଖ୍ୟ କହିଛନ୍ତି।

 

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପଚାରିବାରୁ ଉପଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Comments are closed.