ଦେଶରେ କରୋନା; ୨୪ଘଣ୍ଟାରେ ୮୬,୪୩୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତ ଅଣାୟତ କରୋନା ସଂକ୍ରମଣ। ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର ଦେଶରେ ପରିଣତ ହୋଇଛି। ଗତ ୨୪ ଘଣ୍ଟାରେ ୮୬ ହଜାରରୁ ଅଧିକ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୦ ଲକ୍ଷ ଟପିଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ମୁତାବକ, ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୦,୨୩,୧୭୯ ରେ ପହଞ୍ଚିଛି। ଏହା ମଧ୍ୟରୁ ୮୪୬୩୯୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୬୯,୫୬୧ ଅନ୍ତର୍ଭୁକ୍ତ। ଗତ ୨୪ ଘଣ୍ଟାରେ ଭାରତରେ ୮୬,୪୩୨ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣ ମୃତ୍ୟୁବରଣ କରିଛନ୍ତି। ମୋଟ ୩୧,୦୭,୨୨୩ ସଂଖ୍ୟକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।