Odisha Link
Bridging the Missing Links in Odisha

ରାଜ୍ୟରେ ଆଉ ୩୭୪୮ କରୋନା ସଂକ୍ରମିତ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୩୭୪୮ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫୧୩୦ରେ ପହଞ୍ଚିଛି ଏବଂ ୩୨ ହଜାର ୩୧୨ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୬୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୯୨, ଭଦ୍ରକରୁ ୪୬, ବଲାଙ୍ଗିର ୧୬୩, ବୌଦ୍ଧ ୫୮, କଟକ ୩୯୨, ଦେବଗଡ଼ ୨୪, ଢେଙ୍କାନାଳ ୬୫, ଗଜପତି ୩୩, ଗଞ୍ଜାମ ୭୧, ଜଗତସିଂହପୁର ୯୭, ଯାଜପୁର ୧୪୦, ଝାରସୁଗୁଡ଼ା ୭୦, କଳାହାଣ୍ଡି ୩୮, କନ୍ଧମାଳ ୮୫, କେନ୍ଦ୍ରାପଡ଼ା ୧୧୬, କେନ୍ଦୁଝର ୬୩, କୋରାପୁଟ ୯୭, ମାଲକାନଗିରି ୨୧, ମୟୂରଭଞ୍ଜ ୩, ନବରଙ୍ଗପୁର ୧୨୧, ନୟାଗଡ଼ ୬୯, ନୂଆପଡ଼ା ୧୦୭, ପୁରୀ ୩୮୭, ରାୟଗଡ଼ା ୮୨, ସମ୍ବଲପୁର ୭୯, ସୋନପୁର ୧୨୪, ସୁନ୍ଦରଗଡ଼ ୧୫୭ ଓ ଅନ୍ୟ ରାଜ୍ୟରୁ ଆସିଥିବା ୧୭୬ଙ୍କ ରିପୋର୍ଟ ପଜିଟିଭ୍ ଆସିଛି।

Comments are closed.