Odisha Link
Bridging the Missing Links in Odisha

ବାଇକୁଲା ଜେଲ୍ ଗଲେ ରିୟା

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗତକାଲି ଗିରଫ କରିଥିଲା। ମହାରାଷ୍ଟ୍ର ଜେଲ୍ ମାନୁଆଲ୍ ଅନୁସାରେ, ରାତିରେ କଏଦୀକୁ ଜେଲ୍ ନିଆଯାଏ ନାହିଁ। ଗିରଫ ପରେ ମଙ୍ଗଳବାର ରାତି ରିୟା ଏନସିବି ଲକଅପରେ ରହିଥିଲେ। ଆଜି ସକାଳେ ରିୟାଙ୍କୁ ବାଇକୁଲା ଜେଲକୁ ସ୍ଥାନାନ୍ତରଣ କରାଯାଇଛି। ରିୟା ଚକ୍ରବର୍ତ୍ତୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ୨୨ ସେପ୍ଟେମ୍ବର ଯାଏଁ ରିୟା ଜେଲରେ ରହିବେ। ଏବେ ମଧ୍ୟ ଔପଚାରିକ ପ୍ରକ୍ରିୟା ଚାଲୁ ରହିଛି। ଏହା ପରେ ରିୟାଙ୍କୁ ଅଦାଲତରେ ହାଜର କରାଯିବ।

ବାଇକୁଲା ଜେଲ୍‌ ହେଉଛି ମୁମ୍ବାଇରେ ମହିଳା ଅନ୍ତେଃବାସୀଙ୍କ ନିମନ୍ତେ ‌ଏକମାତ୍ର ଜେଲ୍‌। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଚାଲିଥିବା ନିଶା ଔଷଧ ସମ୍ବନ୍ଧୀୟ ତଦନ୍ତ ମାମଲାରେ ରିୟାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିଲା। ତାଙ୍କ ଭାଇ ସୌଭିକ ଏବଂ ରାଜପୁତଙ୍କ ଘର ପରିଚାଳକ ସାମୁ‌ଏଲ୍‌ ମିରାଣ୍ଡାଙ୍କୁ ‘ଏନ୍‌ସିବି’ ଗିରଫ କରିବାର ତିନି ଦିନ ପରେ ରିୟା ଗିରଫ ହୋଇଛନ୍ତି।

Comments are closed.