Odisha Link
Bridging the Missing Links in Odisha

କରୋନା ନେଲାଣି ୫ ସେବାୟତଙ୍କ ମୁ‌ଣ୍ଡ

ପୁରୀ: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ରଥଯାତ୍ରା ସମୟ ଓ ପରେ ସୁରକ୍ଷିତ ଥିବା ସେବକ ସମାଜ ହଠାତ୍‌ ଏବେ କ‌ରୋନା କବଳିତ ହୋଇପଡ଼ିଛନ୍ତି। ସେବକଙ୍କ ଘରେ ଘରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୫ ଦିନ ଭିତରେ ପ୍ରାୟ ୨ ଶହରୁ ଅଧିକ ସେବକ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏପରିକି ଜଣକ ପରେ ଜଣେ ସେବକଙ୍କ ମୃତ୍ୟୁ ହେଉଛି। ପୁରୀରେ ମୋଟ ମୃତ୍ୟୁରୁ ୫ ଜଣ ସେବକଙ୍କ ମୃତ୍ୟୁ ହୋଇସାରିଛି। କିଛି ସେବକ ଗୁରୁତର ଅସୁସ୍ଥ ମଧ୍ୟ ରହିଛନ୍ତି। ସେବକଙ୍କ ମଧ୍ୟରେ କରୋନା ବ୍ୟାପିବା ଏବେ ଚିନ୍ତାଜନକ ରହିଛି। ଏଭଳି ସଂକ୍ରମଣ ବ୍ୟାପିଲେ ମହାପ୍ରଭୁଙ୍କ ସେବା ପୂଜାରେ ଗୁରୁତର ସଙ୍କଟ ଉପୁଜିବା ଆଶଙ୍କା ରହିଛି ।

ଏଥିସହିତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ୫ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶ‌ାସନ ଏହାକୁ ଗୁରୁତର ଭାବେ ନେଇ ନାହିଁ। ଏପରିକି ଅଫିସ ଛୁଟି କରାଯାଇ ନ ଥିବାବେଳେ ଏହାକୁ ସାନିଟାଇଜ୍‌ କରାଯାଉ ନ ଥିବାରୁ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସେବକ ଓ ମନ୍ଦିର ପ୍ରଶାସନ କର୍ମଚାରୀଙ୍କ ମଧ୍ୟରେ କରୋନା ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ଏହା ସେବା ପୂଜାରେ ବିରାଟ ପ୍ରଭାବ ପକାଇବାକୁ ଯାଉଛି।

Comments are closed.