Odisha Link
Bridging the Missing Links in Odisha

କଙ୍ଗନାଙ୍କ ମଣିକର୍ଣ୍ଣିକା କୋଠାକୁ ଭାଙ୍ଗିଲା ବିଏମସି, ହାଇକୋର୍ଟ ଗଲେ କଙ୍ଗନା

ମୁମ୍ବାଇ: ମଣିକର୍ଣ୍ଣିକା କୋଠାକୁ ଭାଙ୍ଗିଲା ବିଏମସି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା। ବିଏମସି ବାନ୍ଦ୍ରା ୱେଷ୍ଟ ପାଲି ହିଲ୍ ରୋଡରେ ଥିବା କଙ୍ଗନାଙ୍କ ଅଫିସରେ ହୋଇଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବିଏମସି। ସ୍ଥାନୀୟ ପ୍ରଶାସନ ଜେସିବି ଓ ଶ୍ରମିକଙ୍କ ସହାୟତାରେ କଙ୍ଗନାଙ୍କ ଅଫିସରେ ହୋଇଥିବା ଅବୈଧ ନିର୍ମାଣକୁ ଭାଙ୍ଗିଛି। ଏହାକୁ ନେଇ ବିଏମସି ଉପରେ ବର୍ଷିଛନ୍ତି କଙ୍ଗନା।

ବିଏମସିର ଦାବି ହେଉଛି କଙ୍ଗନା ଗ୍ରାଉଣ୍ଡ ଫୋଲ ଓ ପ୍ରଥମ ମହଲାରେ କେତକ ଅବୈଧ ନିର୍ମାଣ କରିଛନ୍ତି। ବିଏମସିକୁ କଙ୍ଗନା ବାବର ସେନା କହିଛନ୍ତି। ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚି ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା। କଙ୍ଗନା ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ। ସେଥିପାଇଁ ସେ ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ ବୋଲି କହିଛନ୍ତି।

କଙ୍ଗନାଙ୍କ ଅଫିସ୍ ଚଳିତବର୍ଷ ଜାନୁଆରୀରେ ୪୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଛିଡ଼ା ହୋଇଥିଲା। ଗତକାଲି ବିଏମସି ଅଚାନକ ଏକ ନୋଟିସ୍ ଦେଇଥିଲା। ନୋଟିସର ଜବାବ ଦେବାକୁ କଙ୍ଗନାଙ୍କୁ ବିଏମସି ୨୪ ଘଣ୍ଟା ସମୟ ଦେଇଥିଲା। ଆଉ ୨୪ ଘଣ୍ଟା ପୂରିବା ମାତ୍ରେ ହିଁ ଆରମ୍ଭ ହୋଇଛି ଆକ୍ସନ୍। ବିଏମସିର ଉଚ୍ଛେଦକୁ ବିରୋଧ କରି କଙ୍ଗନା ରଣାୱତ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯାହାର ଶୁଣାଣି ଆଉ କିଛି ସମୟ ପରେ ଆରମ୍ଭ ହେବ।

Comments are closed.