Odisha Link
Bridging the Missing Links in Odisha

ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ ଟେଷ୍ଟ

ଭୁବନେଶ୍ୱର: କରୋନା କଟକଣା ପାଇଁ ସ୍ଥଗିତ ରହିଥିବା ଗାଡ଼ି ଚାଳନା ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପରୀକ୍ଷା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏ ନେଇ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପରିବହନ ଆୟୁକ୍ତ ତାରିଖ ଧାର୍ଯ୍ୟ କରିବା ସହ ଶୃଙ୍ଖଳିତ ଢ଼ଙ୍ଗରେ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ପରିବହନ ଆୟୁକ୍ତଙ୍କୁ ଚିଠି ଲେଖିଛନ୍ତି ।

କରୋନା କଟକଣା କଡ଼ାକଡ଼ି ଭାବରେ ପାଳନ ହେବ ତାହା ଉପରେ ନଜର ରଖିବାକୁ କୁହାଯାଇଛି। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ ବାହାରେ ପାନ ଛେପ ନ ପକାଇବା ପାଇଁ ନିର୍ଦ୍ଦେଶ ରହିଛି। ଏହାକୁ ନଜରରେ ରଖି କମିସନର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ କୁହାଯାଇଛି। ଦିନକୁ କେତେ ଲୋକ ଆସିବେ କିଭଳି ବୁକିଂ କରିବେ ଏ ସବୁ ନେଇ ନିର୍ଦ୍ଦେଶବାଳୀ ପ୍ରସ୍ତୁତ କରିବା ପୂର୍ବରୁ ଲୋକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ଉପରେ ନଜର ରଖିବାକୁ କୁହାଯାଇଛି।

Comments are closed.