ଅନୁଗୁଳରେ ବଜ୍ରାଘାତ: ଚାଲିଗଲା ୨ ଜୀବନ, ୧୩ ଗାଈଗୋରୁ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବଜ୍ରାଘାତ। ବୁଧବାର ଅପରାହ୍ନରେ ବଜ୍ରାଘାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଗୋରୁଗାଈ ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ନାଲକୋ ସି.ପି.ପି ହାଟିଙ୍ଗରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମୃତକ ମାନେ ହେଲେ ରାମଚନ୍ଦ୍ର କସବ(୨୫) ଏବଂ ଦଶରଥ ମୁର୍ମୁ(୨୭)। ଏମାନେ ଶୌଚ ହେବା ପାଇଁ ଯାଉଥିବା ବେଳେ ବଜ୍ରାଘାତ ହୋଇଥିଲା । ଘଟଣା ସ୍ଥଳରେ ନାଲକୋ ପୋଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସେପଟେ କଣିହାଁ ବ୍ଲକ ସୁଲେଇପାଳ ଗାଁରେ ବଜ୍ରାଘାତ ଘଟି ୧୩ ଟି ଗାଈଗୋରୁ ଙ୍କର ମୃତ୍ୟୁ ହୋଇଛି। ଏଗୁଡିକ ଗାଁ ପାଖ ଆମ୍ଭ ତୋଟାରେ ବର୍ଷା ଆସିବା ଯୋଗୁଁ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା। ସେଠିମଧ୍ୟ ଗାଈଗୋରୁ ଗୁଡିକ ଏବେ ବି ମରି ପଡିଛନ୍ତି । କଣିହାଁ ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳକୁ ଆସିବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି।