Odisha Link
Bridging the Missing Links in Odisha

ଆୟୁଷ୍ମାନ ଭାରତ ଲାଗୁ ମାମଲା: ୪ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ନହେବା ନେଇ ସୁପ୍ରିମକୋର୍ଟରେ ମାମଲା। ଓଡ଼ିଶା ସହ ୪ ଟି ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହୋଇନଥିବା ନେଇ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି।‌ ଜନୈକ ପି. ଶେଖର ରାଓଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଛି। ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ୪ ରାଜ୍ୟଙ୍କୁ ଜବାବ ଦାଖଲ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ସରକାରଙ୍କୁ ଆୟୁଷ୍ମାନ ଭାରତ ଲାଗୁ ନହେବା ନେଇ ଜବାବ ଦାଖଲ ନୋଟିସ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମାମଲାର ପରିଚାଳନା କରୁଥିବା ଆଇନଜୀବୀ ହିତେନ୍ଦ୍ର ରଥଙ୍କ ସୂଚନା ଦେଇଛନ୍ତି।

Comments are closed.