Odisha Link
Bridging the Missing Links in Odisha

କରୋନା କାଳରେ ପରୀକ୍ଷା: ପରୀକ୍ଷାର୍ଥୀଙ୍କ ପାଇଁ କେନ୍ଦ୍ରର ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ଅନ୍‌ଲକ୍-୪ କଟକଣା ଲାଗୁ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଗୁଡ଼ିକ ମଧ୍ୟ କରୋନା କଟକଣାକୁ କୋହଳ କରିଛନ୍ତି। ଭାରତରେ ବର୍ତ୍ତମାନ ୪୫ ଲକ୍ଷ ୬୨ ହଜାର ୪୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁ ମଧ୍ୟରେ କେନ୍ଦ୍ର ସରକାର ସ୍କୁଲ, କଲେଜ ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି। ଯେଉଁଥିରେ ପରୀକ୍ଷା ସମୟସୀମା ଓ ପରୀକ୍ଷା ସମୟରେ ଅନେକ ସତର୍କତାର ନିୟମ ଉଲ୍ଲେଖ କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପରୀକ୍ଷା ସମୟରେ ସମସ୍ତ ଛିଙ୍କିବା କିମ୍ବା କାସିବା ସମୟରେ ପାଟି ଘୋଡେଇବାକୁ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆହୁରି ମଧ୍ୟ, କୌଣସି ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି। ଅପରପକ୍ଷେ କରୋନାରେ ଆକ୍ରାନ୍ତ ଛାତ୍ରଛାତ୍ରୀ ମାନଙ୍କ କଥାକୁ ନେଇ ବିଚାର କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି।

କଣ୍ଟନେମେଣ୍ଟ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ମାନଙ୍କ କଥାକୁ ନଜରରେ ରଖି ପରୀକ୍ଷା ଏଜେନ୍ସି ଓ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ନିଷ୍ପତ୍ତି ନେବା ପାଇଁ କୁହାଯାଇଛି। ଏପରିକି ସମସ୍ତ ପରୀକ୍ଷାର୍ଥୀ ମାନଙ୍କ ସମେତ କର୍ମଚାରୀ ମାନଙ୍କୁ ନିଜର ସ୍ବାସ୍ଥ୍ୟ ବିବରଣୀ ପ୍ରଦାନ କରିବାକୁ ପଡ଼ିପାରେ। ଏଥିସହିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ପରୀକ୍ଷାର୍ଥୀ ମାନେ ନିଜ ସହ ଆଡମିଟ୍ କାର୍ଡ ସହିତ ଜଳ ଏବଂ ସାନିଟାଇଜର ଭଳି ସାମଗ୍ରୀ ନିଜ ସହିତ ଆଣିବା ପାଇଁ ଅନୁମତି ମିଳିବ। ଏନେଇ ସୂଚନା ଦିଆଯିବା ବୋଲି କୁହାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁୁ ଆହୁରି କୁହାଯାଇଛି ଯେ, ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସହିତ ବହୁ ସଂଖ୍ୟକ ଅଭିଭାବକ ଆସିଥାନ୍ତି। ସେମାନେ ସେଠାରେ ନିରନ୍ତର ରହିବାର ଦେଖିବାକୁ ମିଳିଥାଏ। ଏହାକୁ ନଜରରେ ରଖି ସେହି ସମୟରେ ନିଜ ସୁରକ୍ଷାର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେମାନଙ୍କୁ ସେହି ସମୟରେ ଶାରୀରିକ ଦୂରତା ସହିତ ମାସ୍କ ପ୍ରୟୋଗ କରିବାକୁ ପଡିବ ବୋଲି ଗାଇଡଲାଇନ୍‌ରେ ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ଭାରତରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି, ଯାତାୟାତରୁ ରକ୍ଷା ପାଇବା ପାଇଁ ପରୀକ୍ଷାକୁ ପାର୍ଟ ପାର୍ଟ କରି କରିବାକୁ ବିଚାର କରାଯାଉଛି।

Comments are closed.