Odisha Link
Bridging the Missing Links in Odisha

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ!

ଭୁବନେଶ୍ବର: ଆସନ୍ତା କ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅକ୍ଟୋବରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି। ତେବେ ନିର୍ଦ୍ଧିଷ୍ଟ ଭାବେ କେବେ ଖୋଲିବ,ସେ ନେଇ କିଛି ସ୍ଥିର ହୋଇନାହିଁ। କରୋନା ସଂକ୍ରମଣ ଭିତରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଏକ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯିବ। କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ ସୂଚନା ଦେଇଛନ୍ତି।

Comments are closed.