Odisha Link
Bridging the Missing Links in Odisha

ଅନ୍‌ଲାଇନରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ଅନଲାଇନରେ ହେବ ବିପିୟୁଟି ପରୀକ୍ଷା। କରୋନା ମହାମାରୀ କାରଣରୁ ବିଭିନ୍ନ ପରୀକ୍ଷାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଥିପାଇଁ ବିପିୟୁଟି ପରୀକ୍ଷାକୁ ଅନ୍‌ଲାଇନରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍‌ଲାଇନ ପରୀକ୍ଷା ନେଇ ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ରେଗୁରାଲ ପରୀକ୍ଷାଭାବେ ବିବେଚିତ ହେବ। ଏଥିରେ ଯେଉଁମାନେ ଫେଲ କିମ୍ବା ଅନୁପସ୍ଥିତ ରହିବେ ସେମାନଙ୍କ ବ୍ୟାକ୍ ପେପର ଲାଗିବ। ବିଟେକ, ବିଫାର୍ମା, ଏମବିଏ, ଏମସିଏ ୨ୟ, ସେମିଷ୍ଟର ପରୀକ୍ଷା ମଧ୍ୟ ସେପ୍ଟେମ୍ବରରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.