Odisha Link
Bridging the Missing Links in Odisha

ପ୍ଲାଜମା ଦାନ କରିବା ପାଇଁ ଗଲେ ତିନି ଜଣ

ଭଦ୍ରକା: ଭଦ୍ରକ ଜିଲ୍ଲାରୁ ସୁସ୍ଥ ହୋଇଥିବା ଲୋକେ ପ୍ଲାଜମା ଦାନ ପାଇଁ ନିଜସ୍ଵ ଭାବେ ଆଗ୍ରହ ଦେଖାଉଛନ୍ତି। ପୂର୍ବରୁ ୪ ଜଣ ପ୍ଲାଜମା ଦାନ କରିଥିଲେ। ପ୍ରଥମେ ଦିଲ୍ଲୀପ କୁମାର ସାମଲ, ମାନସ କୁମାର ଦାସ, ରାମାକାନ୍ତ ଲେଙ୍କା ଓ ପ୍ରଶାନ୍ତ କୁମାର ବେହେରା ନିଜର ପ୍ଲାଜମା ଦାନ କରିଥିଲେ। ଆଜି ଜିଲ୍ଲାର ଅନ୍ୟ ତିନି ଜଣ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଏସସିବି ମେଡିକାଲକୁ ଯାଇଛନ୍ତି। ଏସକେ ଅବଦୁଲ ହମିଦ , ଅକ୍ଷୟ କୁମାର ପୃଷ୍ଟି , ସତ୍ୟଦୀପ ସାହୁ ଆଜି କଟକ ଯାଇ ପ୍ଲାଜମା ଦାନ କରିବେ।

Comments are closed.