Odisha Link
Bridging the Missing Links in Odisha

ଆସନ୍ତା ୧୩ ତାରିଖ ବନ୍ଦ ରହିବ ଭୁବନେଶ୍ବର ୧ ନମ୍ବର ହାଟ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ରବିବାର ଦିନ ବନ୍ଦ ରହିବ ୧ ନମ୍ବର ହାଟ। ରବିବାର ଦିନ ନିଟ୍ ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛି। ରବିବାର ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ହାଟର ସମସ୍ତ ଦୋକାନବଜାର ବନ୍ଦ ରହିବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି। ମଦର ପ୍ଲବିକ୍ ସ୍କୁଲ ୧ ନମ୍ବର ହାଟକୁ ଲାଗି ଥିବାରୁ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଗହଳି କମାଇବାକୁ ହାଟ ବନ୍ଦ ରଖିବାକୁ ବିଏମସି ନିଷ୍ପତ୍ତି ନେଇଛି।

Comments are closed.