Odisha Link
Bridging the Missing Links in Odisha

କାଲିଠୁ ଟ୍ରେନ୍ ସେବା ସ୍ୱାଭାବିକ

ଭୁବନେଶ୍ୱର: ଆସନ୍ତା କାଲି ପଶ୍ଚିମବଙ୍ଗରୁ ଲକଡାଉନ ସମ୍ପୂର୍ଣ୍ଣ ହଟୁଥିବାରୁ ଏଣିକି ଟ୍ରେନ ସେବା ସ୍ୱାଭାବିକ ହେବ। ବାତିଲ ହୋଇଥିବା ଟ୍ରେନ ସବୁ ନିୟମିତ ଚାଲିବ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ଆଜି କୁହାଯାଇଛି।ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ସ୍ପେଶାଲ ଟ୍ରେନ ଉଭୟ ଦିଗରୁ ଯଥାରୀତି ଚଳାଚଳ କରିବ। ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଟ୍ରେନ ନିୟମିତ ଚାଲିବ।

ଏହାଛଡ଼ା ଆଂଶିକ ବାତିଲ ହୋଇଥିବା ଫାଲକନୁମା ଏକ୍ସପ୍ରେସ ମଧ୍ୟ ପୂର୍ବସୂଚୀ ଅନୁସାରେ ଚାଲିବ। ରାଜଧାନୀ ଓ ପୁରୁଷୋତ୍ତମ ଏକ୍ସପ୍ରେସ, ନୂଆଦିଲ୍ଲୀରୁ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ ରାଜଧାନୀ ଏକ୍ସପ୍ରେସ ମଧ୍ୟ ପୂର୍ବ ଧାର୍ଯ୍ୟ ଷ୍ଟେସନଗୁଡ଼ିକରେ ରହଣୀ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ସିକନ୍ଦରାବାଦ-ହାଓଡ଼ା ଫାଲକନୁମା ସ୍ପେଶାଲ ଏକ୍ସପ୍ରେସ ଏବଂ ହାଓଡ଼ାରୁ ଛାଡ଼ୁଥିବା ହାଓଡ଼ା-ସିକନ୍ଦରାବାଦ ଫାଲକୁନାମା ସ୍ପେଶାଲ ଏକ୍ସପ୍ରେସ୍ ଯାଥାରୀତି ଚଳାଚଳ କରିବ।

Comments are closed.